କୋଟପାଡ ବୁଣାକାରଙ୍କ ଦୁଃଖ ବୁଝିବେ ମନ୍ତ୍ରୀ ପଦ୍ମିନୀ ଦିଆନ - Padmini Dian
କୋରାପୁଟ: ଏଥର କୋଡପାଟବାସୀଙ୍କ ଦୁଃଖ ଶୁଣିବେ ସରକାର । ବୁଣାକାରଙ୍କୁ ମିଳିବ ସମସ୍ତ ସୁବିଧା । ଅନୁସୂଚିତ ଜାତିର ମାନ୍ୟତା ସହ ଯୋଗାଇ ଦିଆଯିବ ଭତ୍ତା । ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନିତ ବୁଣାକାରଙ୍କ କଥା ବୁଝୁନଥିବା ସରକାର ବାଧ୍ୟ ହେବେ ମନ୍ତ୍ରୀଙ୍କ କଥା ଶୁଣିବାକୁ । କାହିଁକି ନାଁ ଏମାନଙ୍କ କଥା ବୁଝିବେ ଏ ଅଞ୍ଚଳର ବୋହୂ ତଥା ମନ୍ତ୍ରୀ ପଦ୍ମିନୀ ଦିଆନ । ହସ୍ତତନ୍ତ ମନ୍ତ୍ରୀ ପଦ ମିଳିବା ପରେ ଆଶାବାଦୀ କୋଟପାଡର ବୁଣାକାର ।