ଓଡିଶା

odisha

By

Published : May 19, 2021, 10:40 PM IST

ETV Bharat / videos

ଗୀତ ଗାଇ କୋରୋନା ସଚେତନତା ବାର୍ତ୍ତା ବାଣ୍ଟିଲେ ରେକର୍ଡ ଗାର୍ଲ ସାଇ

ଜଗତସିଂହପୁର: ବିରିଡି ବ୍ଲକ ଅନ୍ତର୍ଗତ କୁଳ କଇଜଙ୍ଗ ଗାଁର 8 ବର୍ଷର କୁନିଝିଅ ସାଇ ସମୀକ୍ଷା କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । କୋରୋନା ଭୟାବହତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାରେ ଭିନ୍ନ ପ୍ରୟାସ କରିଛନ୍ତି । ଦେଶ ତଥା ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଲକଡାଉନ, ସଟଡାଉନ କରୁଛନ୍ତି । କିନ୍ତୁ କେତେକ ଅମାନିଆ ଏହାକୁ ଜାଣିଶୁଣି ଅଣଦେଖା କରୁଛନ୍ତି । ଯାହା କୁନି ଝିଅ ସାଇ ସମୀକ୍ଷାଙ୍କୁ ମର୍ମାହତ କରିଛି । ଏହାକୁ ନେଇ ସାଇ କବିତା ମାଧ୍ୟମରେ କୋରୋନା ସଚେତନତା ବାର୍ତ୍ତା ପ୍ରଚାର କରିଛନ୍ତି । ନିକଟରେ କୁନି ଝିଅ ସାଇ ସମୀକ୍ଷା 5 ମିନିଟରେ 28ଟି ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ଏସିଆ ବୁକ ଅଫ ରେକର୍ଡ ସୃଷ୍ଟି କରିପାରିଛନ୍ତି । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details