ପେଟ ପାଇଁ ସଂଘର୍ଷ, ଗର୍ଭବତୀ ଏବେ ଦିନ ମଜୁରିଆ - pregnant lady
ନବରଙ୍ଗପୁର: ପେଟରେ ସାତ ମାସର ଗର୍ଭ । ସାଙ୍ଗରେ 4ଟି ଛୁଆ । ଦାଦନ ଖଟିବାକୁ ଯାଇ ସ୍ବାମୀ ବାହାରେ । ଆର୍ଥିକ ଅନଟନ ଯୋଗୁଁ ରାସନ କାର୍ଡ ବନ୍ଧା ପଡିଛି । ଶେଷରେ କୁଟୁମ୍ବ ପୋଷିବାକୁ ସାତ ମାସର ଗର୍ଭବତୀ ହୋଇ ବି ଦିନ ମଜୁରିଆ ସାଜିଛନ୍ତି ନବରଙ୍ଗପୁର ଡାବୁଗାଁର ଏହି ଆଦିବାସୀ ମହିଳା । ନାଁ ରାମବତୀ ଶବର । ଦୁଇ ଓଳି ଦୁଇମୁଠା ଖାଇବାକୁ କରୁଛନ୍ତି ଏପରି ସଙ୍ଘର୍ଷ ।