ଓଡିଶା

odisha

dandiya night celebration

ETV Bharat / videos

ରାଜଧାନୀରେ ଜମିବ ଦାଣ୍ଡିଆ, ୧୯ରୁ ଉତ୍ସବ ଆରମ୍ଭ

By ETV Bharat Odisha Team

Published : Oct 12, 2023, 7:54 AM IST

Updated : Oct 12, 2023, 9:48 AM IST

ଭୁବନେଶ୍ବର: ଆସୁଛନ୍ତି ଜଗତଜନନୀ ମାଆ ଦୁର୍ଗା । ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ପୂଜା କମିଟି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ତୋରଣ ବନ୍ଧାରେ ବ୍ୟସ୍ତ ଥିବାବେଳେ କିଛି ଅନୁଷ୍ଠାନ ମା’ଙ୍କ ପ୍ରିୟ ଦାଣ୍ଡିଆ ଉତ୍ସବ ପାଇଁ ସଜବାଜ ଆରମ୍ଭ କରି ଦେଲେଣି । ଆସନ୍ତା ୧୯ ତାରିଖରୁ ପ୍ରୟାସ ପକ୍ଷରୁ ହେବ ଦାଣ୍ଡିଆ ମହୋତ୍ସବ । ଅକ୍ଟୋବର ୧୯ ରୁ ୨୫ ତାରିଖ ଯାଏଁ ଚାଲିବ ନବରାତ୍ରୀ ଦାଣ୍ଡିଆ ମହୋତ୍ସବ । ପ୍ରତିବର୍ଷ ପ୍ରୟାସ ପକ୍ଷରୁ ମହା ଆଡମ୍ବରରେ ଏହି ଉତ୍ସବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ନୃତ୍ୟ ସାଙ୍ଗକୁ ରହିଛି ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ପ୍ରତିଦିନ ବେଷ୍ଟ ଡ୍ୟାନ୍ସର, ବେଷ୍ଟ୍‌ କପଲ ଡ୍ୟାନ୍ସରଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ତେବେ ଭୁବନେଶ୍ଵର ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଏହି ଉତ୍ସବ ହେବାକୁ ଯାଉଥିବା ବେଳେ ଏଣ୍ଟ୍ରି ଫି' ରହିଛି ୨ଶହ ଟଙ୍କା । ସନ୍ଧ୍ୟା ୬ରୁ ରାତି ୧୦ ଯାଏଁ ଚାଲିବ ଦାଣ୍ଡିଆ ମହୋତ୍ସବ । ଏନେଇ ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରୟାସ ପକ୍ଷରୁ ସୂଚନା ଦିଆଯାଇଛି । 

 ଏହା ମଧ୍ୟ ପଢନ୍ତୁ-ଦୁଇବର୍ଷ ପରେ ପୁଣି ରାଜଧାନୀରେ ଜମିବ ଦାଣ୍ଡିଆ ନାଚ
 

ଇଟିଭି ଭାରତ, ଭୁୁବନେଶ୍ବର 

Last Updated : Oct 12, 2023, 9:48 AM IST

ABOUT THE AUTHOR

...view details