ଓଡିଶା

odisha

farmers protest in front of kukudakhandi tahasil

ETV Bharat / videos

ଧାନ ବିକ୍ରି ପୂର୍ବରୁ ଲାପ୍ସ ହୋଇଗଲା ଟୋକେନ, କୁକୁଡାଖଣ୍ଡି ତହସିଲ ସମ୍ମୁଖରେ ଚାଷୀଙ୍କ ଧାରଣା

By

Published : Mar 2, 2023, 11:41 AM IST

ବ୍ରହ୍ମପୁର:ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଫସଲକୁ ବିକ୍ରି କରି ନପାରି ଚିନ୍ତାରେ ଚାଷୀ । ଟୋକେନ ମିଳିବା ପରେ ବି ମଣ୍ଡିରେ ବିକ୍ରି ହୋଇପାରିଲା ନାହିଁ ଧାନ । ଏବେ ଟୋକେନ ଲାପ୍ସ ହେବା ପରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲ ସମୁଖରେ ଚାଷୀ ଧାନବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ କରିଛନ୍ତି ।

ଗତ ଡିସେମ୍ୱର ମାସରୁ ଚାଷୀ ଅମଳ କରିଥିବା ଧାନକୁ ମଣ୍ଡିରେ ବିକ୍ରି କରିବେ ବୋଲି ଆଶା ରଖିଥିଲେ । କିନ୍ତୁ ଧାନ ଆଜି ପର୍ଯ୍ୟନ୍ତ ବିକ୍ରି ହୋଇନଥିବା ବେଳେ ସେବା ସମବାୟ ସମିତି କର୍ତ୍ତୃପକ୍ଷ ଯେଉଁ ଟୋକେନ ପ୍ରଦାନ କରିଥିଲେ ତାର ଅବଧି କେତେକ ଚାଷୀଙ୍କ ଶେଷ ହୋଇଥିବା ବେଳେ ଆଉ କେତେକ ଚାଷୀଙ୍କ ଟୋକେନ ଅବଧି ଶେଷ ହେବାକୁ ଯାଉଛି । ଯାହାକୁ ବିରୋଧ କରି କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଚାଷୀ । ଏହାକୁ ସମର୍ଥନ କରି ଗତକାଲି ବରିଷ୍ଠ ବିଜେପି ନେତା ଡାକ୍ତର ସୁବାସ ଚନ୍ଦ୍ର ସାହୁ , ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିଜେପି ନେତା ମହନ୍ତ ଚିନ୍ମୟାନନ୍ଦ ମହାରାଜା ଓ ଦଳର ବହୁ କର୍ମୀ ଚାଷୀଙ୍କ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।  

ଗଞ୍ଜାମ ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ରହିଥିବା ଟାର୍ଗେଟ ଶେଷ ହୋଇଯାଇଥିବା ଦର୍ଶାଇ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଧାନ ସଂଗ୍ରହ କରାଯାଉନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । କେତେକ ଚାଷୀ ସେମାନଙ୍କ ଧାନ ସେବା ସମବାୟ ସମିତିକୁ ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କ ଧାନର ମୂଲ୍ୟ ଅଦ୍ୟାବଧି ନିଜ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଆସି ପାରିନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏଭଳି ସମୟରେ କୁକୁଡାଖଣ୍ଡି ବ୍ଲକର ଚାଷୀ ଧାନ ବିକ୍ରି କରି ନପାରି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । 

ତେବେ କେବଳ ଗଞ୍ଜାମ ଜିଲ୍ଲାରେ ନୁହଁ ରାଜ୍ୟରେ ଅନେକ ଜିଲ୍ଲାରେ ଚାଷୀ ଟୋକେନ ପାଇ ମଧ୍ୟ ଧାନ ବିକ୍ରି କରିପାରିନଥିବା ଅଭିଯୋଗ ସାମ୍ନାକୁ ଆସିଛି । ଫଳରେ କିଏ ରାସ୍ତାରେ ଧାନବସ୍ତା ରଖି ଆନୋଦଳନ କଲାଣିତ ପୁଣି କିଏ ଅଭାବି ବିକ୍ରିର ଶିକାର ହେଲାଣି । ଏ ଦିଗରେ ସରକାରଙ୍କ ଦୃଷ୍ଟି ଦେବା ଏବେ ଜରୁରୀ ହୋଇପଡିଛି । ଆଗାମୀ ଦିନରେ ଏନେଇ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details