ମିକ୍ସ ଫ୍ରୁଟ୍ ଜୁସ ‘ମେଲୋନ୍ ମେଡଲି’ - ମୁସ୍କମେଲନ୍
ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସହଜ ଓ ସର୍ବୋତ୍ତମ ଉପାୟ ହେଉଛି ଆପଣଙ୍କର ନିୟମିତ ଖାଦ୍ୟରେ ଅନେକ ଫଳ ଅନ୍ତର୍ଭୁକ୍ତ କରିବା । ଫଳ ଗୁଡିକରେ ଏନଜାଇମ୍ ଓ ଅତ୍ୟାବଶ୍ୟକ ପୋଷକ ତତ୍ତ୍ବ ଭରପୂର ରହିଛି । ଏହା କେବଳ ଆପଣଙ୍କ ଶରୀରକୁ ଶକ୍ତି ପ୍ରଦାନ କରେ ନାହିଁ ବରଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଆଜି ଆମର ‘ଲକଡାଉନ୍ ରେସିପି’ କ୍ରମରେ ଆମକୁ ଏପରି ଏକ ସୁସ୍ଥ ମକଟେଲ୍ ରେସିପି ମିଳିଛି ଯାହାକି ମୁସ୍କମେଲନ୍, କମଳା ଓ ଲେମ୍ବୁରେ ପ୍ରସ୍ତୁତ ।