Municipal Polls: ଭବାନୀପାଟଣାରେ କଂଗ୍ରେସ- ବିଜେପିର ଜୋରଦାର ପ୍ରଚାର - କଳାହାଣ୍ଡିରେ ପୌର ନିର୍ବାଚନ ପ୍ରଚାର
ଭବାନୀପାଟଣା: ପୌର ନିର୍ବାଚନ ନେଇ କଳାହାଣ୍ଡିରେ କମ୍ପୁଛି ପ୍ରଚାର ମୈଦାନ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ହେବିୱେଟ ନେତା। ବିଭିନ୍ନ ଦଳ ପକ୍ଷରୁ ଚାଲିଛି ମାରାଥନ ପ୍ରଚାର। ଭୋଟ ହାତେଇବା ପାଇଁ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛି । ଏଠାରେ ଦଳର ମଙ୍ଗ ଧରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ଭବାନୀପାଟଣା ପୌର ପରିଷଦ ର ୧୪ ନମ୍ବର ୱାର୍ଡ ରେ କଂଗ୍ରେସ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବା ସହ ସରକାରଙ୍କ ଚାଷୀ ମାରଣ ନୀତି, ନାରୀ ନିର୍ଯ୍ୟାତନା ଭଳି ରଣ ନୀତିକୁ ନେଇ ଭୋଟ ଭିକ୍ଷା କରିଛନ୍ତି ଭକ୍ତ ଦାସ।ସେହିପରି ୨୦ ଓ୍ବାର୍ଡ ବିଶିଷ୍ଟ ଭବାନୀପାଟଣା ପୌର ପରିଷଦ ଦଖଲ ଲକ୍ଷ୍ୟ ରେ ଲାଗି ପଡିଛନ୍ତି ନେତା ଓ ପ୍ରାର୍ଥୀ। ଗତକାଲି ବିଜେପିର ଭବାନୀପାଟଣା ପୌର ଅଧ୍ୟକ୍ଷା ପ୍ରାର୍ଥୀନୀ ବିନିତା ଦାଶ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ସ୍ଥାୟୀ ଜମିପଟ୍ଟା, ଆବାସ ଯୋଜନା ଭଳି ଅନେକ ସମସ୍ୟା କୁ ନିଜର ମୁଖ୍ୟ ମୁଦ୍ଦା କରି ଭୋଟର ଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିଲେ ପ୍ରାର୍ଥୀନୀ। ତେବେ ପୌର ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ କେମିତି ରହିଛି ପ୍ରଚାର ଓ କଣ ରହିଛି ରଣ ନୀତି, ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ କଳାହାଣ୍ଡି ପ୍ରତିନିଧି ଅଜିତ କୁମାର ସିଂ।