Operation kaveri: ଦିଲ୍ଲୀ ଫେରୁଛନ୍ତି 360 ଭାରତୀୟ, ଦେଖନ୍ତୁ ଭିଡିଓ - ସୁଦାନ ସଙ୍କଟ
ହାଇଦ୍ରାବାଦ:ଗୃହଯୁଦ୍ଧ ଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ‘ଅପରେସନ କାବେରୀ’ । ଆଜି ସାଉଦି ଆରବିଆ ଜିଦାହ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି 360 ଭାରତୀୟ । ଗତକାଲି ସେମାନଙ୍କୁ ସୁଦାନ ପୋର୍ଟରୁ ନୌସେନା ଜାହାଜରେ ଜିଦାହ ଅଣାଯାଇଥିଲା । ପରେ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଛି । ଏହି ଅପରେସନରେ ଭାରତୀୟ ନୌସେନା, ବାୟୁସେନା ଓ ଘରୋଇ ବିମାନ ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରାୟ 5 ଶହ ଭାରତୀୟ ସୁଦାନର ବିଭିନ୍ନ ସ୍ଥାନରୁ ସୁରକ୍ଷିତ ସୁଦାନ ପୋର୍ଟ ପର୍ଯ୍ୟନ୍ତ ପହଞ୍ଚି ସାରିଛନ୍ତି । ଏହି ଅପରେସନକୁ ପ୍ରତ୍ୟେକ୍ଷ ନେତୃତ୍ବ ଦେବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମୁରଲୀଧରନ ମଧ୍ୟ ସାଉଦି ଆରବିଆ ଗସ୍ତ କରିଛନ୍ତି । ଏଥିରେ ନୌସେନା ଯୁଦ୍ଧ ଜାହାଜ ‘ଆଇଏନସ ସୁମେଧା’ ଓ ‘ଆଇଏନଏସ ତେଗ’ ଲୋହିତ ସାଗରରେ ନିୟୋଜିତ ହୋଇଛନ୍ତି । ସେହିପରି ବାୟୁସେନା ବିମାନ ସହ ଘରୋଇ ଏୟାରଲାଇନ୍ସର ବିମାନ ମଧ୍ୟ ଅପରେସନରେ ନିୟୋଜିତ ହୋଇଛନ୍ତି । ଦେଖନ୍ତୁ କିପରି ଥିଲା ସୁଦାନରେ ସ୍ଥିତି, କିପରି ଉଦ୍ଧାର ହେଲେ ଭାରତୀୟ, ଶୁଣନ୍ତୁ ସେମାନଙ୍କ ପ୍ରତିକ୍ରିୟା ।