ବାଇକ୍ ସୋରୁମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - କଳାହାଣ୍ଡିରେ ଏକ ବାଇକ୍ ସୋରୁମରେ ଅଗ୍ନିକାଣ୍ଡ
ଭବାନୀପାଟଣା: ବାଇକ୍ ସୋରୁମ୍ରେ ଲାଗିଲା ନିଆଁ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସିନେମା ହଲ ଛକରେ ଥିବା ଏକ ବାଇକ ସୋରୁମରେ ଅଚାନାକ ନିଆଁ ଲାଗି ଯାଇଥିଲା । ସୂଚନା ଅନୁଯାୟୀ, ସୋରୁମର ନୁଆଁ ବାଇକ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିବା ଫଳରେ ଅଳ୍ପ ସମୟ ମଧ୍ୟରେ ନିଆଁ ଚାରିଆଡେ ମାଡି ଯାଇଥିଲା । ତେବେ ଅଗ୍ନିକାଣ୍ଡରେ ୧୦ରୁ ଉର୍ଦ୍ଧ୍ବ ବାଇକ୍ ଓ ଅନେକ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଅନ୍ୟପଟେ ସୋରୁମ ନିକଟରେ ପେଟ୍ରୋଲ ଟାଙ୍କି ଥିବା କାରଣରୁ ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST