ଓଡିଶା

odisha

ETV Bharat / videos

Ukraine-Russia War: ଡେନିପର ସହରରେ ବ୍ରହ୍ମପୁରର ଝିଅ ଆକାଂକ୍ଷା, ଚିନ୍ତାରେ ପରିବାର - ୟୁକ୍ରେନ ଋଷିଆ ଯୁଦ୍ଧରେ ହଟହଟା ପ୍ରବାସୀ ଭାରତୀୟ

By

Published : Feb 25, 2022, 4:55 PM IST

Updated : Feb 3, 2023, 8:17 PM IST

ବ୍ରହ୍ମପୁର: ୟୁକ୍ରେନ ଉପରେ ଋଷିଆର ଘନଘନ ଆକ୍ରମଣକୁ ନେଇ ସାରା ବିଶ୍ବରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେପଟେ ୟୁକ୍ରେନର ଅଧ୍ୟୟନ କରିବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ରହିଥିବା ଅନେକ ଭାରତୀୟ କିଭଳି ସୁରକ୍ଷିତ ଭାବରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ସେ ନେଇ ସବୁଠି ଲାଗି ରହିଛି ଚିନ୍ତା । ଏଭଳି ସ୍ଥଳରେ ବ୍ରହ୍ମପୁର ସହରରୁ ଯାଇ ୟୁକ୍ରେନର ଡେନିପର ସହରରେ MBBS ଚତୁର୍ଥ ବର୍ଷରେ ଅଧ୍ୟୟନ କରୁଥିବା ଓଡ଼ିଆ ଝିଅ ଆକାଂକ୍ଷା ସାହୁ ଯୁଦ୍ଧ ପରେ ଏକ ପ୍ରକାର ସେଠାରେ ଚିନ୍ତାରେ ରହିଥିବା ବେଳେ ପରିବାରବର୍ଗ ମଧ୍ୟ କିପରି ତାଙ୍କ ଝିଅକୁ ସୁରକ୍ଷିତ ଭାବରେ ଫେରାଇ ଅଣାଯିବ ସେ ନେଇ ସରକାରଙ୍କ ପାଖରେ ନିବେଦନ କରିଛନ୍ତି । ଆକାଂକ୍ଷା ରହୁଥିବା ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଗତକାଲି ବିସ୍ଫୋରଣ ହୋଇଥିବା ବେଳେ ସେଠାରେ ସମସ୍ତେ ଭୟଭୀତ ହୋଇ ରହିଥିବା ପରିବାରବର୍ଗଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଡାକ୍ତରୀ ଛାତ୍ରୀ ଆକାଂକ୍ଷା । ବ୍ରହ୍ମପୁର ସହରର ବାବାଜୀ ତୋଟା ସାହିରେ ରହୁଥିବା ଆକାଂକ୍ଷାଙ୍କ ବାପା ସୁବ୍ରତ କୁମାର ସାହୁଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details