ଓଡିଶା

odisha

ETV Bharat / videos

Russia-Ukraine War: ୟୁକ୍ରେନରେ ଫସିଛନ୍ତି ସମ୍ବଲପୁର ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ନିବେଦନ - ୟୁକ୍ରେନରେ ଫସିଛନ୍ତି ସମ୍ବଲପୁର ଡାକ୍ତରୀ ଛାତ୍ର

By

Published : Feb 24, 2022, 8:33 PM IST

Updated : Feb 3, 2023, 8:17 PM IST

ସମ୍ବଲପୁର: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ଯାହା ଏବେ ସାରା ବିଶ୍ବ ପାଇଁ ଚିନ୍ତାଜନକ ବିଷୟ । ହେଲେ ସମ୍ବଲପୁର ସହର ଗୋଲ ବଜାର ନୟାପଡାର ଆଜିମ ଅଜ୍ଜୁ ଙ୍କ ପୁଅ ଜାକି-ଉଜ-ଜମାନ ଫସି ରହିଛନ୍ତି ୟୁକ୍ରେନରେ। ସମ୍ବଲପୁରର ଜାକି ଖାର୍କିଭର ନ୍ୟାସନାଲ ମେଡ଼ିକାଲ ୟୁନିଭରସିଟିର ପ୍ରଥମ ବର୍ଷର (ଏମବିବିଏସ) MBBS ଛାତ୍ର । ଡିସେମ୍ବରରେ ସେ ୟୁକ୍ରେନ ଯାଇଥିଲେ। ତେବେ ବର୍ତ୍ତମାନ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ଫଳରେ ସେଠାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଯାଇଛି। ତେଣୁ ସେ ଭାରତ ଆସିବାକୁ ଫ୍ଲାଇଟ ଟିକେଟ କରି ସାରିଥିଲେ ମଧ୍ୟ ଆସି ପାରି ନାହାନ୍ତି। ତେଣୁ ତାଙ୍କ ପରିବାର ଲୋକେ ଏବେ ଚିନ୍ତାରେ ଅଛନ୍ତି। ଜାକି ମଧ୍ୟ ସେଠିକାର ପରିସ୍ଥିତିରେ ଭୟଭୀତ ଥିବା ପରିବାର ଲୋକେ କହିଛନ୍ତି।ତେବେ ତାଙ୍କ ପରିବାର ଲୋକେ ତାଙ୍କ ପୁଅ ସମେତ ସମସ୍ତ ଭାରତୀୟଙ୍କୁ ସେଠାରୁ ସୁରକ୍ଷିତ ଭାବେ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ଓଡ଼ିଶାର 300 ଛାତ୍ରଛାତ୍ରୀ ୟୁକ୍ରେନରେ ଥିବାର ଜାକିଙ୍କ ପରିବାର ଲୋକେ କହିଛନ୍ତି। ଜାକିଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details