ଓଡିଶା

odisha

ETV Bharat / videos

କିଏ ଯିବ ରାଜ୍ୟସଭା: ଶୁଣନ୍ତୁ କଣ କହୁଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ

By

Published : Mar 30, 2022, 7:47 PM IST

Updated : Feb 3, 2023, 8:21 PM IST

କଟକ: ଜୁଲାଇ ମାସରେ ଶେଷ ହେବ ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟ କାଳ ।ସେହିପରି ସୁବାଷ ସିଂ ରାଜ୍ୟସଭା ଆସନ ଛାଡି କଟକ ମେୟର ହେବା ପରେ ,ରାଜ୍ୟସଭାକୁ କିଏ ଯିବ ସେ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଏହାରି ଭିତରେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନାମ ବେଶ ଚର୍ଚ୍ଚା ହେଉଥିବାବେଳେ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ । ଅନେକ ଲୋକ ବିଭିନ୍ନ ନାମକୁ ନେଇ ଚର୍ଚ୍ଚା କରିବେ। କିନ୍ତୁ ସେ ରାଜ୍ୟସଭା ଆସନ ପାଇଁ ଆଶାୟୀ ନଥିବା ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ନେବେ । ତେବେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେବେ, ସେ ତାକୁ ସ୍ୱାଗତ କରିବେ ବୋଲି କହିଛନ୍ତି । କଟକରୁ ନାରାୟଣ ସାହୁ,ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details