ଓଡିଶା

odisha

ଫାଇନାଲ ଫାଇଟ୍: ଗୌରୀ ଖାନ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କିଙ୍ଗ ଖାନ

By ETV Bharat Odisha Team

Published : Nov 19, 2023, 4:12 PM IST

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଫାଇଟ୍: ଗୌରୀ ଖାନ ସହ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କିଙ୍ଗ ଖାନ

ଅହମ୍ମଦାବାଦ: ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି । ବି-ଟାଉନ ତାରକାମାନଙ୍କ ମଧ୍ୟରେ ମ୍ୟାଚକୁ ନେଇ ମଧ୍ୟ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ବେଳେ ଅନେକ ତାରକା ଷ୍ଟାଡିୟମରେ ନଜର ଆସିଛନ୍ତି । ପୂର୍ବରୁ ବିବେକ ଓବରୋଇ, ଉର୍ବଶୀ ରୌତେଲା, ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା, କେଏଲ ରାହୁଲଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ, ବଲିଉଡ ଷ୍ଟାର ଦମ୍ପତି ରଣଭୀର ସିଂ, ଦୀପିକା ପାଦୁକୋନ ପ୍ରମୁଖ ସାମିଲ ହୋଇଛନ୍ତି । ବର୍ତ୍ତମାନ ଶାହାରୁଖ ଖାନ ପତ୍ନୀ ଗୌରୀ ଖାନ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଥିବାର ନଜର ଆସିଛନ୍ତି । ଏହି ସମୟରେ ଶାହରୁଖ ଖାନ ବ୍ଲୁ ଜ୍ୟାକେଟ ସହ ହ୍ବାଇଟ ଟି-ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଫଠାନର ଲୋକପ୍ରିୟ ଗୀତ ଝୁମେ ଜୋ ପଠାନ ଷ୍ଟାଡିୟମରେ ଶୁଣିବାକୁ ମିଳିଥିଲା ।  

ଏହା ମଧ୍ୟ ପଢନ୍ତୁ:ଅହମ୍ମଦାବାଦ ଷ୍ଟାଡିୟମରେ ଅନୁଷ୍କା, ରଣବୀର-ଦୀପିକା, ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ବିଗ ବି

ABOUT THE AUTHOR

...view details