ଓଡିଶା

odisha

By

Published : Oct 1, 2022, 1:24 PM IST

Updated : Feb 3, 2023, 8:28 PM IST

ETV Bharat / videos

ଲାଗୁଛି ସବୁ ଆଶା ପୂରା ହୋଇଗଲା, ଆୱାର୍ଡ ପାଇବା ପରେ କହିଲେ ଆଶା ପାରେଖ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତ୍ରୀ ଆଶା ପାରେଖ ( Actor Asha Parekh)ଙ୍କୁ ଶୁକ୍ରବାର ଦିନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଚାଲିଥିବା 68 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (68th National Film Awards ceremony)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନେତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ତେବେ ତାଙ୍କ ୮୦ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆଶା ପାରେଖ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଦାଦାସାହେବ ଫାଲକେ ପୁରସ୍କାର ପାଇବା ଅତ୍ୟନ୍ତ ଗୌରବର ବିଷୟ। ଆଶା 16 ବର୍ଷ ବୟସରେ ଫିମେଲ୍‌ ଲିଡ୍ ଭାବରେ ଡେବ୍ୟୁ କରିଥିଲେ ଏବଂ 1995ରେ ଅଭିନୟରୁ ଅବସର ନେଇଥିଲେ। ପରେ ସେ ଟେଲିଭିଜନ୍ ସିରିଏଲ୍ ନିର୍ଦ୍ଦେଶନା ତଥା ପ୍ରଡକ୍ସନ୍ ପାଇଁ ଏକ ପରିବର୍ତ୍ତନ ଆଣିଥିଲେ । 2002ରେ, ସେ ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ ।
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details