ଓଡିଶା

odisha

ଶୀଲା କି ଜୱାନୀ ଗୀତରେ ରାକ୍ଷୀ ସାୱନ୍ତଙ୍କ ସହ ନାଚିଲେ ବିକି କୌଶଲ

ETV Bharat / videos

Watch Video: ଶିଲା କି ଜୱାନୀ ଗୀତରେ ରାକ୍ଷୀଙ୍କ ସହ ଠୁମକା ଲଗାଇଲେ ଭିକି - IIFA ଆୱାର୍ଡ 2023

By

Published : May 29, 2023, 1:08 PM IST

ହାଇଦ୍ରାବାଦ:ଆବୁଧାବିରେ ଆନୁଷ୍ଠିତ IIFA ଆୱାର୍ଡ 2023 ଶେଷ ହୋଇଛି । ଏହି ଗ୍ରାଣ୍ଡ ଆୱାର୍ଡ ଶୋ'ରେ ବଲିଉଡ ଭାଇଜାନ ସଲମାନ ଖାନ, ଅଭିନେତ୍ରୀ ନୋରା ଫତେହି, କ୍ରିତି ସାନନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିସ, ବରୁଣ ଧୱନ, ଏବଂ ରକୁଲ ପ୍ରୀତ ସିଂ ନିଜର ଦମଦାର ଡାନ୍ସ ମଞ୍ଚରେ ନିଆଁ ଲଗାଇ ଦେଇଥିଲେ । ସେପଟେ ଏହି ଅବସରରେ ଶ୍ରେଷ୍ଠ ଅଭିନେତା ଭାବେ ହ୍ରିତିକ୍ ରୋଶନ ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଟ୍ରଫି ହାତେଇଥିଲେ । ସେହିପରି ଅଭିନେତା ବିକି କୌଶଲ ଅଭିଷେକ ବଚ୍ଚନଙ୍କ ସହ ଆଇଆଇଏଫଏର 23 ତମ ସଂସ୍କରଣ ହୋଷ୍ଟିଂ କରିଥିଲେ । ତେବେ ବର୍ତ୍ତମାନ ବଲିଉଡର ଏହି ଲୋକପ୍ରିୟ ଆୱାର୍ଡ ଶୋ'ର କିଛି ଦୃଶ୍ୟ ଇଣ୍ଟରନେଟରେ ଭାଇରାଲ ହେଉଛି । 

ତେବେ ଏକ ଭିଡିଓ ଇଣ୍ଟରନେଟରେ ଘୂରି ବୁଲୁଛି, ଯେଉଁଥିରେ ରାକ୍ଷୀ ସାୱନ୍ତଙ୍କ ଶୀଲା କି ଜୱାନୀ ଗୀତରେ ଭିକି କୌଶଲ ଠୁମକା ଲଗାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଗୀତରେ ଗୀତରେ ନାଚି ନାଚି ରାକ୍ଷୀ ଭିକିଙ୍କୁ ଠେଲୁଥିବାର ନଜର ଆସିଛନ୍ତି । ଭାରସାମ୍ୟ ହରାଇବାରୁ ଅଳ୍ପକେ ବର୍ତ୍ତିଛନ୍ତି ଭିକି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ମଜାଳିଆ ଢଙ୍ଗରେ କମେଣ୍ଟ ଦେଉଛନ୍ତି । ଜଣେ ଲେଖିଛନ୍ତି, ହାହା ରାକ୍ଷୀ ସର୍ବୋତ୍ତମ । ଅନ୍ୟ ଜଣେ ଲେଖିଛନ୍ତି, ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ। ଆଉ ଜଣେ ଲେଖିଛନ୍ତି, ମୁଁ ବହୁତ ଖୁସି, ଏହା ଅତ୍ୟନ୍ତ ମଜାଳିଆ ଅଟେ । ସମ୍ମାନଜନକ IIFA ପୁରସ୍କାର 2023 ଶୁକ୍ରବାର ଏବଂ ଶନିବାର ଦିନ ଆବୁଧାବିରେ ଅନୁଷ୍ଠିତ ହୋଇଥିଲା ଏବଂ ମେ 26 ରେ ଆୟୋଜିତ ହୋଇଥିବା IIFA ରକ୍ସ ଇଭେଣ୍ଟ ପ୍ରେସମିଟ ଅନୁଷ୍ଠିତ ହୋଇଥିବା ବେଳେ ମେ 27 ରେ ଆୱାର୍ଡ ଶୋ' ଆୟୋଜିତ ହୋଇଥିଲା । 

ABOUT THE AUTHOR

...view details