ଓଡିଶା

odisha

କାଉଣ୍ଟଡାଉନ ଆରମ୍ଭ, Chandrayaan 3 ସଫଳତା ପାଇଁ ୱିସ୍ ମାଗିଲେ ରିତେଶ ଦେଶମୁଖ

By ETV Bharat Odisha Team

Published : Aug 23, 2023, 4:41 PM IST

କାଉଣ୍ଟଡାଉନ ଆରମ୍ଭ, Chandrayaan 3 ସଫଳତା ପାଇଁ ୱିସ୍ ମାଗିଲେ ରିତେଶ ଦେଶମୁଖ

ହାଇଦ୍ରାବାଦ:କାଉଣ୍ଟଡାଉନ ଆରମ୍ଭ । ମାତ୍ର ଆଉ କିଛି ଘଣ୍ଟାର ଅପେକ୍ଷା । ଚନ୍ଦ୍ରପୃଷ୍ଠରେ ପୁଣି ନିଜ ନାଁ ଲେଖିବାକୁ ଯାଉଛି ଭାରତ । ଏହି ଐତିହାସିକ ମୁହୁର୍ତ୍ତକୁ ସାରା ବିଶ୍ବର ନଜର ନଜର ରହିଥିବା ବେଳେ ସମସ୍ତେ ଚନ୍ଦ୍ରଯାନ-3ର ସପ୍ଟ ଲ୍ୟାଣ୍ଡିଂକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏନେଇ ସାରା ଦେଶବାସୀ ସମର୍ଥନ କରିବା ସହ ଚନ୍ଦ୍ରାୟନ 3 ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ପାଇଁ ସବୁଆଡୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିବା ଆରମ୍ଭ ହୋଇଗଲାଣି। ଏପରି ସ୍ଥିତିରେ ବଲିଉଡରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ବଲିଉଡ ଅଭିନେତା ଅନୁପମ ଖେରଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ଏହି ଐତିହାସିକ ମୁହୁର୍ତ୍ତ ପାଇଁ ଆଗୁଆ ଇସ୍ରୋ ତଥା ଚନ୍ଦ୍ରଯାନର ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି  ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ମଧ୍ୟ ଏହି ବିଶେଷ ମୂହୁର୍ତ୍ତକୁ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।  ସମ୍ବାଦ ସରବରାହ ସଂସ୍ଥା ANI ସହ ଏକ ସାକ୍ଷାତକାରରେ ରିତେଶ ଏବଂ ତାଙ୍କ ପତ୍ନୀ ଜେନିଲିଆ ଚନ୍ଦ୍ରଯାନ-3କୁ ନେଇ  କହିଛନ୍ତି, "ଆଜି ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡିଂ କରିବାକୁ ଯାଉଛି । ଭାରତବାସୀଙ୍କ ପାଇଁ ବହୁତ ବଡ ଦିନ । ମୁଁ ଆଜି ବେଶ ଖୁସି ଅଛି । ଏଣୁ ମୁଁ ଆଜି ସକାଳଠାରୁ ଇସ୍ରୋର ସାର୍ଟ ପିନ୍ଧି ବୁଲୁଛି । ଆମେ ଭାରତୀୟ ବୋଲି ନିଜକୁ ଗର୍ବ ଅନୁଭବ କରୁଛୁ । ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତର ସାକ୍ଷୀ ହେବାକୁ ଅପେକ୍ଷା କରି ରହିଛୁ ।"

ଏହା ମଧ୍ୟ ପଢନ୍ତୁ:ଉତ୍ସାହିତ ବି-ଟାଉନ, ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ବୈଜ୍ଞାନିକଙ୍କୁ ସେଲିବ୍ରିଟିଙ୍କ ଶୁଭେଚ୍ଛା

ABOUT THE AUTHOR

...view details