କଟକରେ ଚାଲିଛି ରଜ ମଉଜ, ସଜବାଜ ହୋଇ ଦୋଳି ଖେଳୁଛନ୍ତି କୁଆଁରୀ - ସଜବାଜ ହୋଇ ଦୋଳି ଖେଳୁଛନ୍ତି କୁଆଁରୀ
କଟକ: ଗଣପର୍ବକୁ ନେଇ ଉତ୍ସବ ମୁଖର ସାରା ଓଡିଶା। ଚାରି ଆଡେ ଆନନ୍ଦର ଲହରି। ଗାଁଠୁ ସହର ସବୁ ଆଡେ ରଜର ଆନନ୍ଦ ଉଠାଇଛନ୍ତି ସମସ୍ତେ । ଏହି ପ୍ରରିପ୍ରେକ୍ଷୀରେ ଓଡିଶାର ଗଣପର୍ବ ରଜ ପାଇଁ ଉତ୍ସଵ ମୁଖର ସଂସ୍କୃତି ଓ ପରମ୍ପରାର ନଗରୀ କଟକ । ଏଥି ପାଇଁ ସହରର ବିଭିନ୍ନ ସାହିରେ ଦେଖିବାକୁ ମିଳିଛି ରଜର ବିଶେଷ ମାହୋଲ । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଇଛନ୍ତି ରଜ ଦୋଳିର ମଜା ।
କେବଳ କୁଆଁରୀମାନେ ନୁହନ୍ତି ଏଥିରେ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ସମସ୍ତେ ସାମିଲ ହୋଇ ରଜ ମଉଜକୁ ଉପଭୋଗ କରିଛନ୍ତି । ନୂଆ ପୋଷାକ ପିନ୍ଧି ଦୋଳି ଖେଳର ମଜା। ରଜ ପାଇଁ ଆଜି କଟକ ସହରରେ ଦେଖିବାକୁ ମିଳିଥିଲା କିଛି ଏଭଳି ଦୃଶ୍ୟ।ସହରର ବିଭିନ୍ନ ସାହିରେ କୁମାରୀମାନେ ଏକାଠି ହୋଇ ଦୋଳି ଖେଳିବା ସହ ଖୁବ ମଜା ଉଠାଇଛନ୍ତି। ପୋଡ ପିଠା ସହ ମିଠା ପାନ ଖାଇ ରଜକୁ ସ୍ୱାଗତ କରିବାର ମଜା ଟିକେ ନିଆରା।
ଇଟିଭି ଭାରତ, କଟକ