ଓଡିଶା

odisha

Ollywood Controversy: ବିଧାନସଭା ଆଗରେ ଧାରଣା ଦେବେ ପ୍ରଯୋଜିକା ସନଲିସା ପଟେଲ

By ETV Bharat Odisha Team

Published : Nov 10, 2023, 4:36 PM IST

ଓଲିଉଡ ବିବାଦ; ବିଧାନସଭା ଆଗରେ ଧାରଣା ଦେବେ ପ୍ରଯୋଜିକା ସନଲିସା ପଟେଲ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ବର୍ତ୍ତମାନ ଅନେକ ବାଦ ବିବାଦ ଚାଲିଥିବା ବେଳେ ପ୍ରଥାର ଚଳଚିତ୍ରର ପୋଷ୍ଟର ଚିରାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଯୋଜିକା ସନଲିସା ପଟେଲ । ପ୍ରଥାର ପ୍ରଯୋଜକ ସନଲିସା ପଟେଲ ଏହାକୁ ନେଇ ସେ ସବୁ ସିନେମା ହଲରୁ ନିଜ ସିନେମା ନିଜ ସିନେମାକୁ ଉଠାଇ ଦେଇଛନ୍ତି । ତେଣୁ ନିଜ ସିନେମାକୁ ନ୍ୟାୟ ଦେବା ସହ ଓଡ଼ିଆ ସିନେମା ଶିଳ୍ପର ବିକାଶ ପାଇଁ ବିଭିନ୍ନ ମହଲାକୁ ଯାଇ ନିଜର ଦାବି ଜଣାଇଛନ୍ତି ପ୍ରଯୋଜିକା । କିଭଳି ଭାବେ ସବୁ ପ୍ରଯୋଜକ ଏକାଠି ହେବେ ଆଉ ପୁଣି ସିନେମା ଶିଳ୍ପର ଗୁଣବତ୍ତାକୁ ଫେରାଇ ଆଣିପାରିବେ ଆଉ ସରକାର ଏହି ଶିଳ୍ପ ଦ୍ୱାରା ଲାଭବାନ ହେବେ ଏବଂ ଏହାସହ ଜଡିତ ଲୋକେ ମଧ୍ୟ କିପରି ରୋଜଗାର ପାଇବେ ଏଭଳି କିଛି ବାର୍ତ୍ତାକୁ ନେଇ ସଚିବଙ୍କ ଠାରୁ ଆରମ୍ଭ କରି ମହିଳା କମିଶନ ପୋଲିସ କମିଶନର ଦ୍ବାରସ୍ଥ ହେବା ସହ ସିନେମା ନିଗମ ସମସ୍ତଙ୍କୁ ଭେଟିଛନ୍ତି ସନଲିସା । ଆଉ ସିନେମାକୁ ବିବାଦକୁ ଟାଣିନେବ ବା ଏହାକୁ ନଷ୍ଟ କରିବାକୁ ଚାହୁଁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ଏହି ଶିଳ୍ପର ବିକାଶ କାର୍ଯ୍ୟ କିଭଳି ତ୍ଵରାନ୍ବିତ ହେବ ସେନେଇ ସେ ନିଜର ପ୍ରୟାସ ଜାରି ରଖିଛନ୍ତି । ଆଉ ପ୍ରଶାସନ ଠାରୁ ଆରମ୍ଭ କରୁ ରାଜ୍ୟ ସରକାରଙ୍କୁ ତାଙ୍କ ଦାବି ପ୍ରତି ପଦକ୍ଷେପ ନେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି । ଯଦି ଏହା ନ ହୁଏ ତେବେ ଆଗାମୀ ଦିନରେ ନ୍ୟାୟର ଏହି ଲଢେଇ ପାଇଁ ବିଧାନସଭା ଆଗରେ ଧାରଣା ଦେବେ ବୋଲି କହିଛନ୍ତି ପ୍ରଯୋଜିକା ସନଲିସା । ସେ କଣ ସିନେମା ଶିଳ୍ପର ବିକାଶର ପାଇଁ କଣ କହୁଛନ୍ତି, ଶୁଣନ୍ତୁ.....

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details