ମାନସିକ ବିକାରଗ୍ରସ୍ତ ଅନ୍ତେବାସୀ ପାଳିଲେ ରଜ ପର୍ବ - ମାନସିକ ବିକାରଗ୍ରସ୍ତ ଅନ୍ତେବାସୀ ପାଳିଲେ ରଜ ପର୍ବ
ଝାରସୁଗୁଡ଼ା :'ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ରଜ ଦୋଳି କଟମଟଟ୍ଟ' । ଆଜି ଝାରସୁଗୁଡ଼ା ବ୍ଳକ କଣ୍ଟାପାଲିଠାରେ ଥିବା ମିଶନ ଆଶ୍ରାରେ ରଜ ଉତ୍ସବ ପାଳିତ ହୋଇଯାଇଛି । ଆଜି ରଜ ପର୍ବ ଘରେ ଘରେ ପିଠା ପଣାର ଆସର ଜମିଛି, ଘରେଘରେ ପାଳନ କରାଯାଉଛି ରଜ ପର୍ବ, ତେବେ ଝାରସୁଗୁଡ଼ା କଣ୍ଟାପାଲିଠାରେ ଥିବା ମାନସିକ ଅନଗ୍ରସରମାନଙ୍କ ପାଇଁ ଥିବା ମିଶନ ଆଶ୍ରାରେ ମଧ୍ୟ ଏହି ରଜ ପର୍ବ ପାଳିତ ହୋଇଯାଇଛି । ଏଠାରେ ଥିବା ଅନ୍ତେବାସୀମାନେ ବେଶ ହର୍ଷ ଉଲ୍ଲାସରେ ଆଜି ଏହି ରଜ ପର୍ବ ପାଳନ କରିଥିଲେ । ପିଠାପଣା ସାଙ୍ଗକୁ ନାଚ, ଗୀତର ମଧ୍ୟ ଆସର ଜମିଥିଲା । ରଜରେ ପାନ ଖାଇବ ଦୋଳିରେ ଝୁଲି ରଜ ପାଳିଥିଲେ ଆନ୍ତେବାସୀ । ଏହି ଅବସରରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ଵର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନ୍ତେବାସୀଙ୍କ ଖୁସିରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଝାରସୁଗୁଡା