Pushpa-2 Shooting: ପ୍ରଥମ ପର୍ଯ୍ୟାୟ ଶେଷ, ଅକ୍ଟୋବରରେ ଦ୍ବିତୀୟ ଭାଗର ସୁଟିଂ - ମାଲକାନିଗିରି
ମାଲକାନଗିରି: ଜିଲ୍ଲାର ପୋଲୁରରେ ଚାଲିଥିବା ଦକ୍ଷିଣ ସିନେ ଜଗତର ଫିଲ୍ମ ପୁଷ୍ପା-2ର ସୁଟିଂର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ପ୍ରାୟ ୧୦ ଦିନ ଧରି ପୋଲୁର ନଦୀ କୂଳରେ ଚାଲିଥିଲା ସୁଟିଂ। ପୋଲୁର ନଦୀରେ ଚନ୍ଦନ କାଠ ତସ୍କରିର ଦୃଶ୍ୟ ସୁଟିଂ ହୋଇଛି । ପ୍ରଥମ ପର୍ଯ୍ୟାୟ ସୁଟିଂ ପରେ କୃତ୍ରିମ ରକ୍ତ ଚନ୍ଦନ ଓ କୃତିମ ପଥର ଗୁଡ଼ିକୁ ନିଆଯାଇଛି । ଏହା ସହ ସୁଟିଂ ସେଟରେ ବନ୍ଧୁକ ପରି ଅନେକ ସାମଗ୍ରୀ ଗୁଡ଼ିକ ମଧ୍ୟ ନିଆଯାଇଛି । ଟ୍ରକ୍ ଯୋଗେ ଏଗୁଡ଼ିକ ନେଇ ଆନ୍ଧ୍ରପ୍ରଦେଶରେ ରଖାଯିବ। ପୁଣି ଅକ୍ଟୋବର ମାସରେ ଏଠାରେ ସୁଟିଂ ହେବାର କୁହାଯାଉଛି । ଏହାପରେ ସ୍ବାଭିମାନ ଅଞ୍ଚଳରେ ସୁଟିଂ ହୋଇପାରେ। ସୂଚନା ଥାଉ କି ଫିଲ୍ମର ସୁଟିଂ ସୁକମାର ଜଙ୍ଗଲ ମଧ୍ୟରେ ହେବାର ଥିଲା । ମାତ୍ର ଏହା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଫିଲ୍ମର ସୁଟିଂ ମାଲକାନଗିରି ଜିଲ୍ଲା ମଧ୍ୟରେ କରାଯାଇଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ୨୦୦ ଜଣିଆ ଟିମ୍କୁ ନେଇ ଫିଲ୍ମର ସୁଟିଂ କରିଥିବା ଦେଖିବାକୁ ମିଳିଥିଲା । ଛତିଶଗଡ଼ର ସୁକମାରେ ପୁରା ସେଟ୍ ପ୍ରସ୍ତୁତ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ଜଙ୍ଗଲ ମଧ୍ୟରେ ହେଉଥିଲା ସୁଟିଂ ।
ଏହା ବି ପଢନ୍ତୁ- Pushpa-2shooting: ଚାଲିଛି ସୁଟିଂ, ଫେରାର ପୁଷ୍ପା ଚଳାଇଛି ଚନ୍ଦନ କାଠ ବେପାର
ଇଟିଭି ଭାରତ, ମାଲକାନଗିରି