ଓଡିଶା

odisha

ରଜ ଗିତରେ ଜମୁଛି ରଜ ମଉଜ

ETV Bharat / videos

Raja utsav: ପାରମ୍ପରିକ ଢଙ୍ଗରେ ରଜ ପାଳୁଛନ୍ତି ରାଜଧାନୀବାସୀ

By

Published : Jun 15, 2023, 6:17 PM IST

ଭୁୂବନେଶ୍ବର:ରଜ ଗୀତରେ ଜମୁଛି ରଜ ମଉଜ । ଦୋଳିଖେଳି, ପିଠା ଖାଇ, ପୁଚି ଖେଳି ରଜ ପାଳୁଛନ୍ତି କୁମାରୀମାନେ । ରଜକୁ ନେଇ ସାରା ଓଡିଶା ଉତ୍ସବମୁଖର ହୋଇଥିବା ବେଳେ ରାଜଧାନୀ ଜମିଛି ରଜ ମଉଜ । ଭୁବନେଶ୍ବରର ଡମଣା ବଣିଆ ସାହିରେ ରାଜକୁମାରୀଙ୍କ ମେଳି ଦେଖିବାକୁ ମିଳିଛି । ଗତକାଲି ପହିଲି ରାଜା ପାଳନ କରିଥିବା ବେଳେ ଆଜି ରଜ ସଂକ୍ରାନ୍ତି ଧୁମଧମରେ ପାଳନ କରିଛନ୍ତି କୁମାରୀମାନେ । କେବଳ ନାଚ ଗୀତ ନୁହେଁ ପୋଡ଼ ପିଠା ସହ ଅନ୍ୟ ସୁସ୍ୱାଦୁ ପିଠା ଖାଇ ରଜ ପାଳିଛନ୍ତି । କେବଳ ଝିଅମାନେ ନୁହେଁ ସାହିର ମହିଳାମାନେ ବି ଖୁସିରେ ନାଚି ଗାଇ ରଜ ପାଳିଛନ୍ତି । ସହରର ଚାକଚକ୍ୟ ଭିତରେ ଆଧୁନିକରର ଛାପରେ ରଜର ପରମ୍ପରାକୁ ସାଇତି ରଖିବା ପାଇଁ ଚାଲିଛି ପ୍ରୟାସ । ସେଇ ପୂରୁଣାକାଳର ପରମ୍ପରା ସହ ତାଳଦେଇ ରଜ ପାଳୁଛନ୍ତି ସହରବାସୀ । ରଜ ପର୍ବକୁ ନିଆରା ଏବଂ ସ୍ବତନ୍ତ୍ର ଢଙ୍ଗରେ ପାଳୁଛନ୍ତି । ପୁଚିଖେଳ, ତାସ୍‌ ପାଲିରେ ଜମୁଛି ରଜର ଆସର ।

ଇଟିଭି ଭାରତ, ଭୁୂବନେଶ୍ବର

ABOUT THE AUTHOR

...view details