ବିଦ୍ୟୁତ ବିଭ୍ରାଟର ପ୍ରତିବାଦ, ଟାଟା ପାୱାର ଅଫିସ ଆଗରେ ବିଜେପିର ବିକ୍ଷୋଭ
ଅନୁଗୋଳ: ତାତି ସହ ଗୁଳୁଗୁଳି ଆଉ ତା ସାଙ୍ଗକୁ ବିଜୁଳିର ଲୁଚକାଳିରେ ଲୋକେ ହେଉଛନ୍ତି କଲବଲ। ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାରର ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦ କରିଛି ବିଜେପି । ରାଜ୍ୟ ରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ଅନୁଗୋଳ ଠାରେ ବିଜେପି ପକ୍ଷରୁ ଟାଟା ପାୱାର କାଯ୍ୟାଳୟ ଘେରାଉ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରୁଦ୍ରନାରାୟନ ପାଣିଙ୍କ ସମେତ ଶତାଧିକ ବିଜେପି କର୍ମୀ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଡିଲେଶ୍ୱର ପ୍ରଧାନ କହିଛନ୍ତି, ‘‘ବର୍ତମାନ ସାରା ରାଜ୍ୟରେ ଅହେତୁକ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ବହୁ କଷ୍ଟ ଭୋଗୁଛନ୍ତି । ଏଭଳି ପରିସ୍ଥିତିରେ ଅଘୋଷିତ ବିଜୁଳି କାଟ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ତେଣୁ ବିଜେପି ଏହାର ଦୃଢ଼ ପ୍ରତିବାଦ କରୁଛି । ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ତେବେ ବିଜେପି ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବ। ଶତାଧିକ ବିଜେପି କର୍ମୀ ଟାଟା ପାୱାର କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିବାକୁ ପଛେଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।’’
ଇଟିଭି ଭାରତ, ଅନୁଗୋଳ