Adipurush Film: ବଢୁଛି ବିବାଦ, ଫିଲ୍ମ ହଲ୍ରେ ପଶି ହିନ୍ଦୁ ସଂଗଠନର ବିରୋଧ ନାରା - ବଲିଉଡକୁ ବୟକଟ
ମୁମ୍ବାଇ: ଫିଲ୍ମ ଆଦିପୁରୁଷକୁ ନେଇ ଘନେଇବାରେ ଲାଗିଛି ବିବାଦ । ଦିନକୁ ଦିନ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ଫିଲ୍ମକୁ ବୟକଟ କରିବା ପାଇଁ ଦାବି ଜୋର ଧରିଛି । ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେବା ଭଳି ରାମୟଣ ପରିବେଷଣ କରାଯାଇଥିବା ଅଭିଯୋଗ ଆଣିଛି ହୁନ୍ଦୁ ସମାଜ । ଫିଲ୍ମର ସଂଳାପକୁ ଭିନ୍ନ ଢଙ୍ଗରେ ପରିବେଷଣ କରିଯିବା ସହ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅପମାନ କରାଯାଉଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ଗତକାଲି(ରବିବାର) ମହାରାଷ୍ଟ୍ରର ନାଲାସୁପାରା ସ୍ଥିତ ଏକ ମଲ୍ଟି କମ୍ପ୍ଲେକ୍ସରେ ଆଦିପୁରୁଷର ଚାଲିଥିବା ବେଳେ କେତେକ ହିନ୍ଦୁ ସଂଗଠନ ଫିଲ୍ମର ସ୍କ୍ରିନିଂ କରିବାକୁ ନେଇ ବିରୋଧ କରିଥିଲେ । ହିନ୍ଦୁ ହୋଇ କିପରି ହିନ୍ଦୁ ବିରୋଧୀ ଫିଲ୍ମ ଥିଏଟରରେ ଚାଲୁଛି ତାହାକୁ ନେଇ ହଙ୍ଗାମା ଆରମ୍ଭ କରିଥିଲେ । ତୁରନ୍ତ ଫିଲ୍ମକୁ ଥିଏଟରରୁ ହେଟାଇବା ସହ ବୁକିଂ ରଦ୍ଦ କରିବାକୁ ଦାବି କରିଥିଲେ ହିନ୍ଦୁ ସଂଗଠନ । ହଲରେ ବହୁତ ସମୟଧରି ମ୍ୟାନେଜର ଏବଂ ସଂଗଠନର କର୍ମକତ୍ତାଙ୍କ ମଧ୍ୟରେ କଥା କଟାକଟି ବି ଦେଖିବାକୁ ମିଳିଥିଲା । ପରେ କିଛି ସମୟ ପର୍ଯ୍ୟନ୍ତି ଫିଲ୍ମ ପରିବେଷଣରେ ରୋକ୍ ଲାଗାଇଥିଲେ ମଲ୍ଟି ପ୍ଲେକ୍ସ କର୍ତ୍ତୃପକ୍ଷ । ସଂଗଠନର କର୍ମକତ୍ତାମାନେ ଜୟ ଶ୍ରୀରାମ ନାରା ଦେବା ସହ ବିଲିଉଡକୁ ବୟକଟ କରିବା ପାଇଁ ନାରା ଦେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲିଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ