ଓଡିଶା

odisha

କାଲି ବାବୁସାନ୍‌ଙ୍କ Birthday: କ୍ୟାମେରା ସାମ୍ନାରେ ରଖିଲେ ପ୍ରତିକ୍ରିୟା

By

Published : Jul 29, 2022, 10:58 PM IST

Updated : Feb 3, 2023, 8:25 PM IST

ଭୁବନେଶ୍ବର: କ୍ୟାମେରା ସାମ୍ନାରେ ମୁହଁ ଖୋଲିଲେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଅଭିନେତା ବାବୁଶାନ୍‌ । ମାତ୍ର ସେ ଚିରାଚରିତ ଭାବରେ କୌଣସି ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି । ଆସନ୍ତାକାଲି ସପରିବାର ସେ ଜନ୍ମଦିନ ପାଳନ କରିପାରନ୍ତି ବାବୁଶାନ ମହାନ୍ତି । ଜନ୍ମଦିନରେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି କହିଛନ୍ତି ସେ । ଭାଇରାଲ ଅଡିଓ ବିଷୟରେ ପ୍ରଶ୍ନ କରିବାରୁ ଅଡିଓ ଟିକୁ ଭଲରେ ଶୁଣନ୍ତୁ ବୋଲି କହିଛନ୍ତି ବାବୁସାନ। ଗତକାଲି ଭଳି ସମାନ ଢଙ୍ଗରେ ସେ ବାହାରକୁ ଆସି "ମୁଁ ମୋ ପରିବାର ସହିତ ରହିଛି । ଆପଣ ମାନେ ଭଲରେ ରୁହନ୍ତୁ । ପୋଲିସ ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବି । ସମର୍ଥନ କରୁଥିବା ଫ୍ୟାନ ମାନଙ୍କୁ I love u too" ବୋଲି କହିଥିଲେ ବାବୁସାନ୍‌ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:25 PM IST

ABOUT THE AUTHOR

...view details