ସାପ୍ତାହିକ ହାଟରେ ପଶି ପରିବା ଖାଇଗଲା ଦନ୍ତା, ଦେଖନ୍ତୁ - ମୟୂରଭଞ୍ଜରେ ହାତୀ ଆତଙ୍କ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବଢିଚାଲିଛି ହାତୀ ଆତଙ୍କ। ଗତକାଲି(ଶୁକ୍ରବାର) ରାସଗୋବିନ୍ଦପୁର ରେଞ୍ଜ ପଣସିଆପଡା ଗାଁ ସାପ୍ତାହିକ ହାଟ ଭିତରକୁ ହଠାତ ପଶି ଆସିଥିଲା ଦନ୍ତା ହାତୀ । ତେବେ ଦନ୍ତାକୁ ଦେଖି ଲୋକେ ଭୟଭୀତ ହେବା ସହ ଦୋକାନୀ ମାନେ ଦୋକାନ ଛାଡି ଭୟରେ ପଳାଇବା ପରେ ହାତୀଟି ହାଟରେ ଥିବା ପରିବା ଦୋକାନରୁ ପରିବା ଖାଇ ଉପଦ୍ରବ ମଚାଇଥିଲା। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗର କର୍ମଚାରୀ ପହଞ୍ଚି ନଥିବା ବେଳେ ଦନ୍ତା ହାତୀଟି ବେଶ କିଛି ସମୟ ହାଟରେ ଆତଙ୍କ ଖେଳାଇ ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ରହିଛି । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ
Last Updated : Feb 3, 2023, 8:21 PM IST