ଓଡିଶା

odisha

By

Published : Feb 22, 2022, 3:55 PM IST

Updated : Feb 3, 2023, 8:17 PM IST

ETV Bharat / videos

Last Day of Campaigning: କଇଁଫୁଲିଆରେ ଜମୁଛି ନିର୍ବାଚନୀ ପ୍ରଚାର

ନୟାଗଡ଼: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ପ୍ରଚାରର ତାତି ବଢୁଛି । ଜମୁଛି ନିର୍ବାଚନୀ ପ୍ରଚାର । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । କଇଁଫୁଲିଆ ପଞ୍ଚାୟତରେ ପ୍ରାର୍ଥୀମାନେ ଡୋର-ଟୁ-ଡୋର ବୁଲି ଭୋଟ ମାଗୁଛନ୍ତି । କଇଁଫୁଲିଆ ପଞ୍ଚାୟତ ପାଇଁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ଗୟାଧର ପରିଡ଼ା ଏବଂ ସରପଞ୍ଚ ପ୍ରାର୍ଥୀ ଭାବେ ସୁରେଶ କୁମାର ରାଉତ । ତେବେ ଏହି କଇଁଫୁଲିଆ ପଞ୍ଚାୟତରେ 3 ଭାଇ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଧରିଛି । ନିର୍ବାଚନୀ ପ୍ରଚାରର ଶେଷ ସମୟରେ ସମସ୍ତ ପ୍ରାର୍ଥୀମାନେ ଡୋର ଟୁ ଡୋର ବୁଲି ଲୋକଙ୍କୁ ଭୋଟ ମାଗୁଛନ୍ତି । କଇଁଫୁଲିଆ ପଞ୍ଚାୟତରେ 3 ସରପଞ୍ଚ ଏବଂ 2 ସମିତି ସଭ୍ୟ ପ୍ରାର୍ଥୀ ମାନେ ନିଜ ସପକ୍ଷରେ ଭୋଟ ମାଗିବାରେ ଲାଗିପଡିଛନ୍ତି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details