ଓଡିଶା

odisha

ETV Bharat / videos

Panchayat Poll: ଛତ୍ରପୁରରେ କଂଗ୍ରେସର ଜୋରଦାର ପ୍ରଚାର - ଓଡିଶା ପଞ୍ଚାୟତ ନିର୍ବାଚନ ପ୍ରଚାର

🎬 Watch Now: Feature Video

By

Published : Feb 17, 2022, 9:39 PM IST

Updated : Feb 3, 2023, 8:17 PM IST

ବ୍ରହ୍ମପୁର: ସମସ୍ୟାର ସମାଧାନ କରିବା ପ୍ରତିଶୃତି ଦେଇ ଛତ୍ରପୁର ୨୦ନଂ ଜୋନରେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର । ଅଞ୍ଚଳରେ ରହିଥିବା ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୨୦ନଂ ଜୋନରେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ଜାରି ରହିଛି ଜୋରଦାର ପ୍ରଚାର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରି ଦଳୀୟ ପ୍ରାର୍ଥୀ ଡି.ରାମସ୍ବାମୀ ରେଡ୍ଡୀ ପ୍ରଚାର ସମୟରେ ଲୋକଙ୍କ ନିକଟତର ହୋଇ ଆଲୋଚନା କରିବା ସହ ବିଜୟୀ ହେଲେ ଅଞ୍ଚଳରେ ରହିଥିବା ସମସ୍ତ ଅସୁବିଧାକୁ ଦୂର କରିବେ ବୋଲି କହିଛନ୍ତି । ଛତ୍ରପୁର ବ୍ଳକର ଚିକଲଖଣ୍ଡି ପଞ୍ଚାୟତରେ ପୂର୍ବତନ ସରପଞ୍ଚ ଭାବରେ କାର୍ଯ୍ୟ କରିଥିବା ରାମ ସ୍ବାମୀ ଚଳିତ ଥର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଦଳର ଏହି ପ୍ରାର୍ଥୀଙ୍କ ସହ ନେତାଙ୍କୁ ପାଞ୍ଚଟି ପ୍ରଶ୍ନ ନେଇ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details