Watch Video: ବୟଫ୍ରେଣ୍ଡ ଜଣେ-ଗାର୍ଲଫ୍ରେଣ୍ଡ ୨ ଜଣ, ରାସ୍ତାରେ ଚୁଟି ଘୋଷାରି ଘୋଷାରି ମାଡ - ପ୍ରେମ ପାଇଁ ଦୁଇ ଯୁବତୀଙ୍କ ଝଗଡ଼ା ଭିଡିଓ ଭାଇରାଲ
ଚେନ୍ନାଇ: ପ୍ରେମ ବ୍ୟାପାରକୁ ନେଇ ଦୁଇ ଯୁବତୀ ବିଚ୍ ରାସ୍ତାରେ ପରସ୍ପର ଚୁଟି ଭିଡ଼ିଥିବା ଦେଖିବାକୁ ମିଳିଚି । ଚେନ୍ନାଇର ଆନ୍ନା ନଗର ଅଞ୍ଚଳର ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଉଭୟ ଯୁବତୀ ଗୋଟିଏ କଲେଜରେ ପଢ଼ୁଛନ୍ତ । ଜଣେ ସିନିଅର ଛାତ୍ରୀ ହୋଇଥିବାବେଳେ ଜଣେ ଜୁନିଅର ଛାତ୍ରୀ । ଉଭୟ ଜଣେ ଯୁବକଙ୍କୁ ଭଲ ପାଉଛନ୍ତି । ଏହାକୁ ନେଇ ଆନ୍ନା ନଗର ବସ୍ ଷ୍ଟପ୍ରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଉତ୍କଟ ରୂପ ନେଇଥିଲା । ଉଭୟ ବିଚ୍ ରାସ୍ତାରେ ଉଭୟଙ୍କ ଚୁଟି ଟାଣି ମାରପିଟ୍ କରିବାକୁ ଲାଗିଲେ । ଏହି ଭିଡିଓ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କୌଣସି ପକ୍ଷରୁ ଅଭିଯୋଗ ହୋଇନାହିଁ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST