ଓଡିଶା

odisha

Pakhala Divas: ମୁଖ୍ୟମନ୍ତ୍ରୀଙ୍କ ପଖାଳ ଖିଆ, ମାଛ ଭଜା ସାଙ୍ଗକୁ ସୋରିଷ ଦିଆ ଛୁଇଁ ଭଜା

By

Published : Mar 20, 2022, 4:06 PM IST

Published : Mar 20, 2022, 4:06 PM IST

Updated : Feb 3, 2023, 8:20 PM IST

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଖାଳ ଖାଇ ଓଡିଆଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ବିଟରରେ ପଖାଳ ଖାଇବାର ଏକ ଭିଡିଓ ସେୟାର କରିଛନ୍ତି । ଏଥିସହ ‘ପଖାଳ’ ମୋର ପସନ୍ଦ ବୋଲି ମଧ୍ୟ କହିଛନ୍ତି । ସମସ୍ତଙ୍କୁ ‘ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଛନ୍ତି ନବୀନ । ପଖାଳ ଖାଇବା ସହ ସରଳ ଓ ନିରାମୟ ଜୀବନ ଯାପନର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପଖାଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦହି ପଖାଳ ସହ ଚୂନା ମାଛ, ସଜନା ଛୁଇଁ, ବଢି ଚୁରା, କଦଳୀ ଭଜା, କଲରା ଭଜା, ଶାଗ ପରି ଖାଦ୍ୟ ପରସା ଯାଇଛି । ମୁଖ୍ୟମନ୍ତ୍ରୀ ପଖାଳର ବଡ଼ ପ୍ରଶଂସକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ପଖାଳର ସମ୍ପର୍କ ଅତି ନିବିଡ । ନବୀନ ନିବାସ ଆସିଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଖାଳର ଆପାୟିତ କରିଥିବା ଚର୍ଚ୍ଚାକୁ ଆସିଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ଅବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମସ୍ତେ ନବୀନଙ୍କ ପଖାଳ କଂସାର ଶତମୁଖ ହୋଇଛନ୍ତି ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details