ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଉଲ୍ଲଂଘନ, ବେଆଇନ ଭାବେ ପୋତା ଯାଉଛି ନଦୀ ପଠା
କଟକ: ଗ୍ରୀନ ଟ୍ରିବ୍ୟୁନାଲ ନିୟମକୁ ଖୋଲାଖୋଲି ଉଲ୍ଲଂଘନ। ଆଇନ ନମାନି ପୋତା ଚାଲିଛି ମହାନଦୀ ପଠା । ତଳ ବାଲିଯାତ୍ରା ପଡିଆକୁ ବେଆଇନ ଭାବେ ପୋତା ଯାଉଛି । ଗ୍ରୀନ ଟ୍ରିବ୍ୟୁନାଲ ନିୟମ ଅନୁସାରେ ନଦୀ ପଠାକୁ ଖୋଳାଯିବ ନାହିଁ କିମ୍ବା ପୋତାଯିବ ନାହିଁ । ହେଲେ ଏଠାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଖୁଲମଖୁଲା ଚାଲିଛି ବେଆଇନ କାର୍ଯ୍ୟ । ବର୍ଫି ପ୍ରକଳ୍ପ କରିବା ନାଁରେ ପ୍ରଶାସନ ପୋତି ଚାଲିଛି ନଦୀ ପଠା।