ଓଡିଶା

odisha

By

Published : May 8, 2020, 11:01 AM IST

ETV Bharat / videos

ଭଦ୍ରକରେ ଦୁଇ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା 23କୁ ବୃଦ୍ଧି

ଭଦ୍ରକ: ଜିଲ୍ଲାରେ ଏବେ କୋଲକାତା ଫେରନ୍ତାଙ୍କ ପରେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା। ଆଜି ଭଦ୍ରକରେ 2 ନୂଆ କୋରୋନା ପଜେଟିଭ ବାହାରିବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 23 ରେ ପହଞ୍ଚିଛି । ତେବେ ପୂର୍ବରୁ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 18 ଜଣ କୋଲକାତା ଫେରନ୍ତା ଥିବାବେଳେ ଆଜି 2 ଜଣ ନୂଆ କରି ସୁରଟ ଫେରନ୍ତା ସାମିଲ ହୋଇଛନ୍ତି। ସେମାନେ ଗତ 5 ଦିନ ପୂର୍ବରୁ ସୁରଟରୁ ଫେରି କ୍ବାରେଣ୍ଟାଇନରେ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବାସୁଦେବପୁର ପୌରାଞ୍ଚଳର 18 ନମ୍ବର ୱାର୍ଡର ହୋଇଥିବାବେଳେ, ଅନ୍ୟ ଜଣେ ଧାମନଗର ବ୍ଲକ ବମକୁରା ପଞ୍ଚାୟତର ବୋଲି ସୂଚନା ମିଳିଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଦେବାଶିଷ ମହାପାତ୍ର ।

ABOUT THE AUTHOR

...view details