ରାଜଧାନୀରେ ନୂଆ ଆକ୍ରାନ୍ତ ଚିହ୍ନଟ, ଦେଖନ୍ତୁ କିପରି ଚାଲିଛି ଟ୍ରାଫିକ୍ ଯାଞ୍ଚ...
ଭୁବନେଶ୍ବର: ରାଜଧାନୀରେ ଧିରେ ଧିରେ ସ୍ଥିତି ସ୍ବାଭାବିକ ହେଉଥିବା ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଲୋକମାନେ ସେମାନଙ୍କର ନିତ୍ୟ ବ୍ୟବହାର ସାମଗ୍ରୀ ଆଣିବାକୁ ବାହାରୁଥିବା ଦେଖିବାକୁ ମିଳିଛି । ସେପଟେ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଇଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା।