ଓଡିଶା

odisha

ବ୍ରହ୍ମପୁର ସହରରେ JEE-NEET ପରୀକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

By

Published : Aug 31, 2020, 9:38 PM IST

ବ୍ରହ୍ମପୁର: ସହରରେ ଜେଇଇ ମେନ ଓ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାକୁ ଆସୁଥିବା କିମ୍ବା ଏଠାରୁ ଅନ୍ୟତ୍ର ଯାଉଥିବା ପରୀକ୍ଷାର୍ଥୀ ଙ୍କ ପାଇଁ ରହଣୀ ଓ ଯାତାୟତକୁ ଗୁରୁତ୍ୱ ଦିଆଯାଇଛି । ଓଡିଶା ମୋ ପରିବାର ପକ୍ଷରୁ ସ୍ଥାନୀୟ ବ୍ରହ୍ମପୁରର ବିଧାୟକଙ୍କ ସମେତ ବହୁ ଦାୟିତ୍ୱ ରେ ରହିଥିବା ସଦସ୍ୟମାନେ ବ୍ରହ୍ମପୁରର ଆଇ.ଟି.ଆଇ ନୋଡାଲ ସେଣ୍ଟରରେ ପହଞ୍ଚି ସମସ୍ତ ବିଷୟକୁ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ନୋଡାଲ ସେଣ୍ଟରରେ ଉପସ୍ଥିତ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମେତ ପରୀକ୍ଷା ଦେବାକୁ ଯାଉଥିବା ବିଦ୍ୟାର୍ଥୀ ଏବଂ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ସହିତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ... ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details