କଟକରେ ସଟଡାଉନର ଦ୍ବିତୀୟ ଦିନ: କେମିତି ରହିଛି ସୁରକ୍ଷା ବ୍ୟବସ୍ଥା, ଦେଖନ୍ତୁ ଭିଡିଓ
କଟକ: କୋରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ଶନିବାର ଓ ରବିବାରକୁ ସଟ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସିଲଭରସିଟିରେ ଦ୍ବିତୀୟ ଦିନରେ ଜାରି ରହିଛି ସଟଡାଉନ । ରାସ୍ତାରେ କେବଳ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦେଖିବାକୁ ମିଳୁ ଥିବା ବେଳେ ରାସ୍ତାଘାଟ ଶୂନଶାନ ରହିଛି । ପ୍ରତିଛକ ଗୁଡିକରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଥିବା ବେଳେ ଚେକିଂ ମଧ୍ୟ ଜୋରଦାର କରୁଛି । କାହିଁକିନା ଅନେକ ଅମାନିଆ ଲୋକେ ସର୍ଟ ଡାଉନ ନିୟମ ଭାଙ୍ଗୁଛନ୍ତି । ତେବେ ଏହାକୁ ନଜରରେ ରଖି କଟକରେ 16 ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ତେବେ ଏନେଇ କଟକରେ ତାଜା ଚିତ୍ର କଣ ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ପ୍ରଭୁ କଲ୍ୟାଣ ପାଲ ।