ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା କଡାକଡି
ପୁରୀ: ଦିନକ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସ୍ନାନଯାତ୍ରାରେ ଯେଭଳି ସ୍ନାନ ମଣ୍ଡପ ସମୁଖ ଓ ବଡ଼ ଦାଣ୍ଡରେ ଭକ୍ତଙ୍କ ଭିଡ଼ ନହୁଏ, ଏନେଇ 144 ଧାରା ଜାରି କରିଛି ପ୍ରଶାସନ। ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାକୁ ଦେଖି ଏହି ନିଷ୍ପତ୍ତି ହୋଇଛି। ତେବେ ପୋଲିସ ପକ୍ଷରୁ କଣ ସବୁ ବ୍ୟବସ୍ଥା ହୋଇଛି ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରଞ୍ଚଳ ଡିଆଇଜି ଆଶିଷ ସିଂ।