ବଡଦାଣ୍ଡରେ ଗଡିବନି ରଥ: ମର୍ମାହତ ଶ୍ରଦ୍ଧାଳୁ, ସମ୍ମାନ ଜଣାଇଲେ ସେବାୟତ
ପୁରୀ: ଚଳିତ ବର୍ଷ ବଡଦାଣ୍ଡରେ ଗଡିବନି ମହାପ୍ରଭୁଙ୍କ ରଥ । ରଥଯାତ୍ରା ବନ୍ଦ କରିବାକୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏପଟେ ସୁପ୍ରିମକୋର୍ଟ ରାୟଙ୍କୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରଦ୍ଧାଳୁ । କୋର୍ଟଙ୍କ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶ୍ରଦ୍ଧାଳୁ ଅତ୍ୟନ୍ତ ମର୍ମାହତ ହୋଇଥିବା ପ୍ରକାଶ କରିଛନ୍ତି । ସୂର୍ଯ୍ୟ ଚନ୍ଦ୍ର ଗତି ରୋକିବା ଅର୍ଥ ଯାହା ମହାପ୍ରଭୁଙ୍କ ରଥଯାତ୍ରା ରୋକିବା ତାହା ବୋଲି ଶ୍ରଦ୍ଧାଳୁ କହିଛନ୍ତି । କଟକଣା ଯୁକ୍ତ ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ସେବାୟତ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଛନ୍ତି । ଏହି ରାୟ ସମସ୍ତଙ୍କୁ ଦୁଃଖିତ କରିଛି ବୋଲି ସେବାୟତ କହିଛନ୍ତି।