ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ଘଟଣା, ଜିଲ୍ଲାପାଳଙ୍କୁ ମଗାଯାଇଛି ରିପୋର୍ଟ - reaction of law minister on baliapal bdo incident
ଭୁବନେଶ୍ବର: ପ୍ରବାସୀ ଓଡିଆଙ୍କୁ ବାଲିଆପାଳ ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦର୍ଶାଇଛନ୍ତି । ସେହିପରି ଏବିଷୟରେ ସରକାର ଅବଗତ ଅଛନ୍ତି, ଏନେଇ ତଦନ୍ତ କରାଯାଉଛି । ଏଭଳି ବ୍ୟବହାର ଜମା ଠିକ ନୁହେଁ । ଏହା ଏକ କାଁ ଭାଁ ଘଟଣା । ଏହି କୋରୋନା ମହାମାରୀ ସମୟରେ ଅନେକ କୋରୋନା ଯୋଦ୍ଧା ଧୌର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି ସେ କହିଛନ୍ତି । ସୂଚନାଥାଉକି, ଗତକାଲି କିଛି ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓ ଦୁର୍ବ୍ୟବହାର କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ