କେବଳ ମୋ ଗୁରୁ ନୁହନ୍ତି, ମୋ ବାପ ପରି ଥିଲେ ସେ: ରାଇମୋହନ
ଭୁବନେଶ୍ବର: ପରଲୋକରେ ବର୍ଷିୟାନ ଅଭିନେତା ବିଜୟ ମହାନ୍ତି । ସ୍ଥାନୀୟ କେୟାର ହସ୍ପିଟାଲରେ ସୋମବାର ରାତି 9ଟାରେ ତାଙ୍କର ପରଲୋକ ଘଟିଛି । ତେବେ ହସ୍ପିଟାଲ ପରିସରକୁ ବିଜୟଙ୍କୁ ଦେଖିବା ପାଇଁ ଆସିଛନ୍ତି ବହୁ ସିନେ ଅଭିନେତା ତଥା ପ୍ରଶଂସକ । ଏହି ଅବସରରେ ବିଜଜଙ୍କୁ ଶେଷ ଦର୍ଶନ କରିବାକୁ ଆସିଥିବା ଅଭିନେତା ରାଇମୋହନ ପରିଡା କହିଛନ୍ତି, ‘‘ମୋ ବାପ ଚାଲିଗଲେ, ମୋ ମୁଣ୍ଡରୁ ଛତା ଚାଲିଗଲା ।’’ ଦେଖନ୍ତୁ ଭିଡିଓ.... ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ