୨୨ ରାଜ୍ୟ କମାଇଲେ ଭାଟ୍, ଜାଣନ୍ତୁ କ'ଣ ରହିଛି ସାଧାରଣ ଲୋକଙ୍କ ପ୍ରତିକ୍ରିୟା... - ସାଧାରଣ ଲୋକ
ଭୁବନେଶ୍ବର: କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାଟ୍ ହ୍ରାସ କରିଛନ୍ତି । ଦୀପାବଳି ପୂର୍ବଦିନ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ଘୋଷଣା କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭାଟ୍ କମାଇ ଚାଲିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପେଟ୍ରୋଲ ଓ ଡିଜେଲ ଉପରୁ କୌଣସି ଭାଟ୍ କମାଇ ନାହାନ୍ତି । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଏବଂ ରାଜ୍ୟ ସରକାର ଭାଟ୍ ହ୍ରାସ କରିବା ପରେ ଗ୍ରାହକଙ୍କୁ କିଛିଟା ଆଶ୍ବସ୍ତି ମିଳିବ ସତ କିନ୍ତୁ କିଛି ଲୋକଙ୍କ ଆକ୍ରୋଶ ବି ରହିଛି । କାରଣ ଏଯାଏଁ ଯେଉଁ ଭଳି ଦର ବୃଦ୍ଧି ହେଉଥିଲା ସେହି ଆଧାରରେ କମି ନାହିଁ । ତେଣୁ ଆହୁରି କମିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ