ଓଡିଶା

odisha

ETV Bharat / videos

ରାଜଧାନୀରେ ମିଳୁଛି ଅପମିଶ୍ରିତ ତେଲ, ତାତିଲେ ଲୋକେ - ରାଜଧାନୀରେ ପେଟ୍ରୋଲ ପମ୍ପ ଉତ୍ତେଜନା

By

Published : Mar 4, 2021, 7:47 PM IST

ଭୁବନେଶ୍ବର: ତେଲର ଉଚ୍ଚା ଦର ସାଙ୍ଗକୁ ମିଳୁଛି ପାଣି ମିଶ୍ରିତ ତେଲ । ରାଜଧାନୀରେ ତାତିଲେ ଲୋକେ । ମ୍ୟାନେଜର ଅଟକ । ରାଜଧାନୀରେ ଅପମିଶ୍ରିତ ତେଲକୁ ନେଇ ତିବ୍ର ଉତ୍ତେଜନା ପ୍ରକାଶ ପାଇଛି । ରାଜଧାନୀରେ ତେଲ ଦରକୁ ନେଇ ଅସନ୍ତୋଷ । ଏହା ଭିତରେ ପେଟ୍ରୋଲ ଟାଙ୍କିରେ ମିଳୁଛି ଅପମିଶ୍ରିତ ତେଲ । ଅର୍ଥାତ ଲିଟର ତେଲରେ ୪୦୦ ମି. ଲି. ପାଣିର ପରିମାଣ । ତାହା ପୁଣି ଟାଙ୍କିରେ ପକେଇଲେ ମିଳୁଛି, ତେଲ ବୋତଲରେ ମାଗିଲେ ମନା କରୁଛନ୍ତି କର୍ତ୍ତୃପକ୍ଷ । ଏପରି ତେଲଟାଙ୍କିର ଲୁଚକାଳି ଖେଳ ସାମ୍ନାକୁ ଆସିଛି ଯେତେବେଳେ ତେଲ ଟାଙ୍କିରେ ବଢିଛି ଅସନ୍ତୋଷ । ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁବନେଶ୍ବର ବରମୁଣ୍ଡା HP ପେଟ୍ରୋଲ ପମ୍ପରେ ଏଭଳି ପରିସ୍ଥିତି ଉପୁଜିଛି। ତେଲରେ ପାଣି କିମ୍ବା ଜେଲ୍ ଭଳି କିଛି ପଦାର୍ଥ ମିଶିଥିବା ଅଭିଯୋଗ କରିଛନ୍ତି ତେଲ କିଣୁଥିବା ଗ୍ରାହକ। ତେଲ ପକାଇ ଏପରିକି ଗାଡି ଅଧା ବାଟରେ ବନ୍ଦ ହେବା ପରେ ବଢିଥିଲା ସନ୍ଦେହ। ଏନେଇ ପରିସ୍ଥିତି ଅଣାୟତ ହେବାରୁ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଭରତପୁର ଥାନା ପକ୍ଷରୁ ଅଟକ ରଖି ପଚରାଉଚରା କରାଯାଉଛି।

ABOUT THE AUTHOR

...view details