ଓଡିଶା

odisha

By

Published : May 12, 2020, 2:27 PM IST

Updated : May 12, 2020, 5:08 PM IST

ETV Bharat / videos

‘ଅର୍ଥନୀତିରେ ସୁଧାର ପାଇଁ ବ୍ଲୁପ୍ରିଣ୍ଟ ତିଆରି କରନ୍ତୁ ସରକାର’

ଭୁବନେଶ୍ବର: କୋରୋନା ପାଇଁ ଓଡିଶା ଅର୍ଥନୀତି ପ୍ରଭାବିତ ହୋଇଛି। ଆଉ ଏଥିରେ ସୁଧାର ଆଣିବାକୁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଓଡିଶାର ଅର୍ଥନୀତି ପାଇଁ ଏକ ଖସଡା ପ୍ରସ୍ତୁତି କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ସୂଚନା ଥାଉକି, ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ଅର୍ଥନୀତିକୁ ନେଇ ଏକ SOP ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡିଶା ପାଇଁ ଖସଡା ପ୍ରସ୍ତୁତ କରିବାକୁ ପିସିସି ସଭାପତି କହିଛନ୍ତି ।
Last Updated : May 12, 2020, 5:08 PM IST

ABOUT THE AUTHOR

...view details