ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ: ‘ସ୍ବଚ୍ଛ ପରିବେଶ, ସୁସ୍ଥ ସ୍ବାସ୍ଥ୍ୟ’
ଭୁବନେଶ୍ବର: ସମଗ୍ର ଦେଶ ଆଜି ପାଳୁଛି ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଛନ୍ତି ସ୍ବଚ୍ଛତାର ବାର୍ତ୍ତା । ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ସ୍ବଚ୍ଛ ଓ ସ୍ବାସ୍ଥ୍ୟକୁ ସୁସ୍ଥ ରଖିବାକୁ ଆହ୍ବାନ ଦେଇଛନ୍ତି ସେ ।