ଓଡିଶା

odisha

ETV Bharat / videos

‘ପ୍ରବାସୀ ଓଡିଆଙ୍କ ଖାଦ୍ୟ ଓ ସ୍ବାସ୍ଥ୍ୟର ସ୍ବତନ୍ତ୍ର ଧ୍ୟାନ ଦିଅ’ - ‘ପ୍ରବାସୀ ଓଡିଆ

By

Published : Apr 13, 2020, 4:55 PM IST

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ଅନେକ ଓଡିଆ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦାଦନ ଓ ଦିନ ମଜୁରିଆ ଭାବେ ଅନ୍ୟ ରାଜ୍ୟରେ ଥିବା କଳକାରଖାନାରେ କାର୍ଯ୍ୟ କରୁଛନ୍ତି। ତେବେ ସାରା ଦେଶରେ କୋରୋନା ପାଇଁ ଲକଡାଉନ ଘୋଷଣା ହେବା ପରେ ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଯାହାକି କିଛିଦିନ ତଳେ ସେମାନଙ୍କ ଆକ୍ରୋଶ ସୁରଟରେ ଦେଖିବାକୁ ମିଳିଛି । ତେଣୁ ଏପରି ସ୍ଥଳେ ପ୍ରବାସୀ ଓଡିଆଙ୍କ ଖାଦ୍ୟ ଓ ସ୍ବାସ୍ଥ୍ୟର ସ୍ବତନ୍ତ୍ର ଧ୍ୟାନ ଦେବାକୁ ଓଡିଆ ନବବର୍ଷ ଅବସରରେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏହାସହ ସେମାନେ ଭୋକଉପାସରେ ରହୁଛନ୍ତି, ତେଣୁ ପ୍ରଥମେ ସେମାନଙ୍କର ଖାଇବାର ବ୍ୟବସ୍ଥା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details