ରାଜ୍ୟର 22ଟି ଜିଲ୍ଲାରେ ସଂଗ୍ରହ ହେଉଛି କେନ୍ଦୁପତ୍ର - Bikram Keshari Arukha
ଭୁବନେଶ୍ବର: ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟ ମୁଖ୍ୟତଃ 22ଟି ଜିଲ୍ଲାରେ ଚାଲିଛି । ଏହି ଜିଲ୍ଲାରେ ବସବାସ କରୁଥିବା 8.5 ଲକ୍ଷ ପଞ୍ଜୀକୃତ ତୋଳାଳି ରହିଥିବାବେଳେ 18 ହଜାର ବନ୍ଧେଇ ଶ୍ରମିକ, 18 ହଜାର ସାମୟିକ କର୍ମଚାରୀ କେନ୍ଦୁପତ୍ର ସଂଗ୍ରହରେ ନିୟୋଜିତ ଅଛନ୍ତି । ଏଥିପାଇଁ 7,434ଟି କେନ୍ଦୁପତ୍ର ସଂଗ୍ରହ କେନ୍ଦ୍ର ଓ 1078ଟି କେନ୍ଦ୍ରୀୟ ଗୋଦାମ ଘର ନିର୍ମାଣ କରାଯାଇଛି ବୋଲି ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଉତ୍ତର ରଖିଛନ୍ତି । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ