ଅନଲକ 2ରେ ଅନଲକ ହୋଇପାରୁନି ବିବାହ ମଣ୍ଡପ, ଚିନ୍ତାରେ ମାଲିକ - ଲକଡାଉନ
କଟକ: ଲକଡାଉନ ପ୍ରଭାବରେ ପ୍ରଭାବିତ ମଣ୍ଡପ ବ୍ୟବସାୟ । ଠପ ହୋଇଯାଇଛି ମଣ୍ଡପ ବ୍ୟବସାୟ । ବିବାହ ଆୟୋଜନ ନେଇ ୫୦ଜଣଙ୍କ ପାଇଁ ଅନୁମତି ରହିଥିଲେ ବି ମଣ୍ଡପରେ ଏହାର ଆୟୋଜନ ପାଇଁ ଅନୁମତି ମିଳୁନାହିଁ । ଫଳରେ ଅନେକ ମଣ୍ଡପ ବ୍ୟବସାୟୀ ତଥା କର୍ମଚାରୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ସିଜିନ ସମୟରେ ମଣ୍ଡପରେ ଝୁଲୁଛି ତାଲା । ଅତ୍ୟଧିକ ଭାବେ ପ୍ରଭାବିତ ହୋଇଛି ମଣ୍ଡପ ବ୍ୟବସାୟୀ । ଇଏ ହେଉଛନ୍ତି ଜୟଦୀପ ସାମନ୍ତରାୟ । ମଣ୍ଡପରେ ଭଲ ବ୍ୟବସାୟ ହେବ ବୋଲି କଟକରେ ଏକ ନୂତନ ମଣ୍ଡପ ନିର୍ମାଣ କରିଥିଲେ । ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କାର ଋଣ ଆଣି ଗତ ନଭେମ୍ବର ମାସରେ ମଣ୍ଡପ ବ୍ୟବସାୟ ଆରମ୍ଭ କରିଥିଲେ । ବିବାହ ପାଇଁ ବୁକିଂ ମଧ୍ୟ ହୋଇଥିଲା । ଆଶା ଥିଲା ବିବାହ ଋତୁରେ ଭଲ ବ୍ୟବସାୟ ହେବ । ମାତ୍ର ସବୁ କିଛି ବିଗାଡି ଦେଲା କୋରୋନା । ଲକଡାଉନ ଯୋଗୁଁ ବିବାହ ପାଇଁ କଟକଣା ହେବାରୁ ଅନେକ ବୁକିଂ କ୍ୟାନସଲ ହୋଇଗଲା । ମଣ୍ଡପରେ ସମସ୍ତ କାର୍ଯ୍ୟକ୍ରମ ବନ୍ଦ । ବେପାର ବି ଠପ । ଏପଟେ ପ୍ରତ୍ୟେକ ମାସରେ ବ୍ୟାଙ୍କରେ କିସ୍ତି ଭରିବାକୁ ବାଧ୍ୟତାମୂଳକ । ତେବେ ମାସିକ କିସ୍ତି କେମିତି ଭରିବେ ସେନେଇ ଚଡକ ପଡିଯାଇଛି ଜୟଦୀପଙ୍କ ମୁଣ୍ଡରେ ।