ତୈଳଦର ବଢୁଥିବାରୁ ବଢିପାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର: ଯୋଗାଣ ମନ୍ତ୍ରୀ - minister Ranendra Pratap Swain
ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ଏବେ ବଜାର ଉପରେ ପଡିଛି । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇପାରେ । ଟ୍ରାନ୍ସପୋର୍ଟର ଖର୍ଚ୍ଚ ଅଧିକ ପଡୁଥିବା ହେତୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ଖାଉଟି ସାମଗ୍ରୀ ଦର ବଢିପାରେ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଏହାସହ ଏନେଇ ବିଭାଗ ସଜାଗ ଅଛି । ଆମେ ନଜର ରଖିଛୁ ବୋଲି ସେ କହିଛନ୍ତି । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ