ଓଡିଶା

odisha

ETV Bharat / videos

ରାଜଧାନୀରେ ନାହିଁ ଫୁଲ ସରାଗ, କୋରୋନା ମାଡରେ ଘାଇଲା ବ୍ୟବସାୟ - କରୋନା ମହାମାରୀ

By

Published : Jul 6, 2020, 5:05 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମସ୍ତ ବ୍ୟବସାୟକୁ ଠପ କରିଦେଇଛି । ଏପରିକି କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ । ନା ଜମୁଛି ବେପାର ନା ଆସୁଛନ୍ତି ଗ୍ରାହକ । ପରିବାର ମୁଁହରେ ସ୍ବଳ୍ପ ଦାନା ଦେବା ଏବେ ଏହି ବ୍ୟବସାୟୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି । ବେପାର ସମୟରେ ହାତ ବାନ୍ଧି ବସିଛନ୍ତି ଫୁଲ ବ୍ୟବସାୟୀ । ଅନ୍ୟପଟେ ଓଡିଶାକୁ ଫୁଲ ଆସିବା କମିଯାଇଛି । ରାଜ୍ୟକୁ କୋଲକାତା ଓ ବାଙ୍ଗାଲୁରୁରୁ ବିଭିନ୍ନ କିସମର ଫୁଲ ଆସିଥାଏ । ତେବେ କୋରୋନା ପାଇଁ ବ୍ୟବସାୟ ଏବେ ବି କମିଯାଇଛି । ଭୁବନେଶ୍ବରରେ 300ରୁ ଅଧିକ ଛୋଟ ବଡ ଫୁଲ ଦୋକାନ ରହିଥିବା ବେକେ ଏବେ କିନ୍ତୁ 25ରୁ 30 ଦୋକାନ ଖୋଲୁଛି । ଗ୍ରାହକ ଅସୁନଥିବା ବେଳେ ଜୀବିକାକୁ ବଞ୍ଚାଇବା ପାଇଁ ଫୁଲ ଦୋକାନ ଖୋଲୁଥିବା କୁହନ୍ତି ବ୍ୟବସାୟୀ ।

ABOUT THE AUTHOR

...view details