ପୁରୀ ସହର ଦୋକାନୀଙ୍କ ପାଇଁ 2ଟି ଡଷ୍ଟବିନ ବାଧ୍ୟତାମୂଳକ
ପୁରୀ: ଏଣିକି ପୁରୀ ପୁରୀ ସହରରେ ବାଧ୍ୟତାମୂଳକ ହେବ ଡ଼ଷ୍ଟବିନ ବ୍ୟବହାର । ପୁରୀ ସହରରେ ଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ନିଜ ଦୋକାନ ସାମ୍ନାରେ ଡଷ୍ଟବିନ ରଖିବାକୁ ବାଧ୍ୟତାମୂଳକ ନିୟମ କରିଛି ପୁରୀ ପୌରପାଳିକା । ପ୍ରତେକ ଦୋକାନୀ ନିଜ ଦୋକାନ ଆଗରେ ଏଣିକି ଦୁଇଟି ଡ଼ଷ୍ଟବିନ ରଖିବେ । ଗୋଟିଏ ଡ଼ଷ୍ଟବିନରେ ଶୁଖିଲା ଅଳିଆ ଓ ଅନ୍ୟ ଡ଼ଷ୍ଟବିନରେ ଓଦା ଅଳିଆ ପକାଇବା ପାଇଁ ରଖିବେ । ସେହିପରି ଦୋକାନକୁ ଅସୁଥିବା ଗ୍ରାହକଙ୍କୁ ମଧ୍ୟ ଡ଼ଷ୍ଟବିନ ବ୍ୟବହାର ପାଇଁ ଦୋକାନୀ ସଚେତନ କରାଇବେ ।