Photo Politics: ବିଧାନସଭା ଚଳାଇ ନଦେବା ବିଜେପିର ଚକ୍ରାନ୍ତ କହିଲେ ଅତନୁ - ଓଡିଶା ବିଧାନସଭା ଖବର
ଭୁବନେଶ୍ବର: ଷୋଡଶ ବିଧାନସଭା ଅଷ୍ଟମ ଅଧିବେଶନର ଆଜି ସପ୍ତମ ଦିନରେ ମଧ୍ୟ ବିଧାନସଭା(Odisha assembly) ରେ ଜାରି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ଦାବି ସରକାରଙ୍କ ଜିଦ ଆଗରେ ଧୋଇଗଲା ପ୍ରଶ୍ନକାଳ ସମେତ ଶୂନ୍ୟକାଳ । ଘଣ୍ଟ ଘଣ୍ଟି ଗଙ୍ଗାଜଳ, ତୁଳସୀ ପାଣି ଓ ଗୋମୂତ୍ର ପରେ ଆଜି ପୁଣି ଫଟୋ ରଣନୀତିକୁ ଆପଣେଇଛନ୍ତି ଶାସକ ଓ ବିରୋଧୀ । ଏନେଇ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ(BJD MLA Atanu Sabyasachi)ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ ।