ମାଡି ଆସୁଛି ବାତ୍ୟା, ଧାମରା-ଚାନ୍ଦବାଲି ମଧ୍ୟରେ ଛୁଇଁବ ସ୍ଥଳଭାଗ
ଭୁବନେଶ୍ବର: ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ୟସ୍ । ଆସନ୍ତାକାଲି(ବୁଧବାର) ସକାଳୁ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଧାମରା ଏବଂ ଚାନ୍ଦବାଲି ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଉଛି । ବିଶେଷକରି ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଏବଂ ଜଗତସିଂହପୁରରେ ବାତ୍ୟାର ଅଧିକ ପ୍ରଭାବ ପଡିବ । ସେପଟେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତପନ କୁମାର ଦାସ...